ଭୟଙ୍କର ବିପତ୍ତିରୁ ବର୍ତ୍ତିଗଲେ ୪ଟି ପରିବାରର ଲୋକ

ବାଙ୍କୀ: ବିପଦ କେତେବେଳେ ମାଡ଼ିଆସେ ତାହା କହିହୁଏନା। ସେମିତି ଏକ ବିପଦ ୪ଟି ପରିବାରକୁ ହତାଠ୍ ମାଡିଆସିଲା। ବଜ୍ରପାତରେ ଜଳିଗଲା ଘର। କଟକ ବାଙ୍କୀ ଡମପଡ଼ା ଗୟଳବାଙ୍କ ମହାନ୍ତି ସାହିରେ ବଜ୍ରପାତରେ ୪ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହି ଭୟଙ୍କର ବିପତ୍ତିରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡମପଡ଼ା ତହସିଲଦାର ଓ ଆର୍‌ଆଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରକାଶଥାଉକି, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like