ପୋଖରୀରେ ବୁଡ଼ି ୪ ମୃତ

ଢେଙ୍କାନାଳ: ପୋଖରୀରେ ବୁଡ଼ି ୪ ମୃତ। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ଜଣେ ନାବାଳିକା ଅଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ବାରବାଙ୍କ ସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ୪ ଜଣ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି।

ଆଜି ସକାଳେ ଏମାନେ ସମସ୍ତେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଗୋଡ଼ ଖସି ଯିବାରୁ ଏମାନେ ସମସ୍ତେ ପାଣିରେ ବୁଡ଼ି ଯାଇଥିବା ସୂଚନା ମିଳିଛି।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

You might also like