• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

ଭୁବନେଶ୍ୱର: ଅଚାନକ ଝଡ଼ ଛଡ଼ାଇ ନେଲା ବାପ ଅଜା ଅମଳର ଝାଟିମାଟିର ଆଶ୍ରୟ। ଏବେ ସାହା ପାଲଟିଛି ୪ ଫୁଟିଆ ପାଇଖାନା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ଦେଖିବାକୁ ମିଳିଛି ଏମିତି ସ୍ଥିତି।

ଚାହୁଁ ଚାହୁଁ ସର୍ବଗ୍ରାସୀ ଝଡ଼ ଫୋନିକୁ ବିତିଗଲାଣି ୨ ସପ୍ତାହ। ହେଲେ ସେ ଅକସ୍ମାତ ଝଡ଼ ଯେ, ସବୁଦିନ ପାଇଁ ହସଖୁସିର ଜୀବନରେ ଝଡ଼ର ପାହାଡ଼ ସୃଷ୍ଟି କରିଦେବ ତାହା ତିଳେମାତ୍ର କଳ୍ପନା କରି ନ ଥିଲେ, ରଘୁଦେଇପୁର ଗାଁର ସର୍ବହରା କ୍ଷୀରୋଦ ଜେନାଙ୍କ ପରିବାର। ବାତ୍ୟା ପରଠୁ କେତେବେଳେ ଦିନ ସରି ରାତି ପାହୁଛି ସେ ଖବର ରଖିବାକୁ ଆଉ ବେଳ ନାହିଁ। ପତ୍ନୀ ରଙ୍ଗଲତାଙ୍କର ଲୁହଭର୍ତ୍ତୀ ଆଖି ତ ଯେମିତି ଶୁଖିବାର ନାଁ ନେଉନି।

୪ ପ୍ରାଣୀ କୁଟୁମ୍ବଙ୍କ ମୁଣ୍ଡ ଗୁଞ୍ଜିବାକୁ ସାହା ଝାଟିମାଟିର ବାସ ଖଣ୍ଡିକ ମାଟିରେ ମିଶିଯାଇଛି। ବାତ୍ୟାରେ ଗାଁ ସ୍କୁଲ ଘରେ ୨ ଦିନ କଟାଇ ଭିଟାମାଟିକୁ ଫେରି ଯାହା ଦେଖିଲେ ହୃଦୟ ସହିଲାନି। ହେଲେ ଦଇବ ଯେତେବେଳେ ଦାଉ ସାଧିଛି, ସେଠି ଉପାୟ ବା କଣ। ସେବେଠୁ ଉଜୁଡ଼ା ଘର ପଛପଟେ ଥିବା ଏଇ ଚାରି ଫୁଟ୍ ଓସାରର ପାଇଖାନାରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଏହି ପରିବାର ୪ ପ୍ରାଣୀ କୁଟୁମ୍ବଙ୍କ ରାତିଦିନ ।

ଚାଳ ଗଲା ଚୂଲି ବି ଯାଇଛି। ଡହ ଡହ ଖରାକୁ ଡରିଲେ, ମୁଣ୍ଡ ଉପର ତାତିଠୁ ବଳିଯିବ ପେଟ ଜ୍ୱାଳାର ତାତି। ତେଣୁ ଦିନବେଳା ରୋଷେଇ ଗଣ୍ଡାକ ସାରି ସାଇତିବାକୁ ହେବ। କ୍ଷୀରୋଦଙ୍କ ଘରେ ଏବେ ଦୁଇଜଣ ବଢିଲା ଝିଅ। ଦିନବେଳା ଯେନତେନ ଚଳିଯାଉଛି, ରାତିହେଲେ ୨ ଭଉଣୀ ଅତି କଷ୍ଟରେ ସେହି ପାଇଖାନା ଘରେ ବଡ଼ କଷ୍ଟରେ ରାତି କାଟୁଛନ୍ତି।

ଖୋଲା ଆକାଶ ତଳେ ରହୁଛନ୍ତି ବାପା ମା’। ଏତେ ଦୁର୍ଦ୍ଦଶା ଭିତରେ ବି କ୍ଷୀରୋଦଙ୍କ ସାନଝିଅ ଅନସୂୟାଙ୍କର ଭାଙ୍ଗି ଯାଇନି ଭବିଷ୍ୟତ ଗଢିବାର ଆଶା। ଦୁର୍ଦ୍ଦିନ ଘେରରେ ଥାଇ ବି ବହି ସହ ତୁଟିନି ତାଙ୍କ ସମ୍ପର୍କ । କ୍ଷୀରୋଦଙ୍କ ପରିବାରର ଏ ଅବସ୍ଥା ଦେଖି ପଡ଼ୋଶୀଙ୍କର ବି ହୃଦୟ କାନ୍ଦୁଛି । ହେଲେ ଗରିବଙ୍କ ପାଇଁ କିଏ ଅଛି ବୋଲି ପ୍ରଶ୍ନ କରିଛନ୍ତି ଝିଅ ଅନସୂୟା।

ପକ୍କା ଘର ଖଣ୍ଡେ ପାଇଁ କେତେ କାହାକୁ କାକୁତି ମିନତୀ କରି ହୋଇଥିବା କ୍ଷିରୋଦ ଏବେ ଭାଙ୍ଗି ପଡିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବି ଅନେକ ନେହୁରା ହୋଇଛନ୍ତି ହେଲେ ନେତା କି ପ୍ରଶାସନ, ସମସ୍ତେ ଯେମିତି ତାଙ୍କ ପାଇଁ ସାଜିଛନ୍ତି ନିଦାବିଷ୍ଣୁ ।

 

4-distressed-people-take-shelter-in-bathroom
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories