ଜମିବାଡ଼ି ଲୋଭରେ ସମ୍ପର୍କ ହେଲା ତୁଚ୍ଛ, ଭାଇର ବଂଶ ନିପାତ କଲା ଭାଇ

ସୁନ୍ଦରଗଡ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ବଡ଼ ଭାଇ ଓ ପୁଅ ଏବଂ ସାନଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା କୁର୍ଡେଗ ଥାନା ମୁହାଡିହି ଗାଁରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏହି ହଣାକଟା ହୋଇଛି।

ଆଜି ସକାଳେ ଜମିଜମା ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ହିଂସ୍ର ରୂପ ନେଇଥିଲା ଓ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିଲେ।

 

You might also like