ଏହି ୪ ପରିବାର ପାଇଁ ଦଳିତ ହେବା ଅଭିଶାପ ପାଲଟିଛି; ନିଆଁ, ପାଣି ପବନ ସହିତ ବିଦ୍ୟାଳୟ ବି ମନା

ସୁନ୍ଦରଗଡ଼: ଦଳିତ ହେବା ଅଭିଶାପ ପାଲଟିଛି। ସୁନ୍ଦରଗଡ଼ ହେମଗିରି ବ୍ଲକ ଲିପସପାଲି ଗାଁର ୪ ଦଳିତ ପରିବାରଙ୍କୁ ଦଳିତ ହୋଇଥିବାରୁ ପୋଖରୀରେ ଗାଧୋଇବାରୁ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ।

ନିଆଁ,ପାଣି, ପବନ ଏସବୁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ ଗାଁ ଦୋକାନରୁ ସଉଦା, ନଳକୂଅରୁ ପାଣି ଏପରିକି ବିଦ୍ୟାଳୟରେ ପାଠ ପଢ଼ିବାକୁ ବି ମନା ହୋଇଛି।

ଫଳରେ ବହୁ କଷ୍ଟରେ ଏହି ଚାରି ପରିବାରକୁ ଜୀବନ ବିତାଇବାକୁ ପଡୁଛି। ଘଟଣା ଅନୁଯାଇ ବାସୁଦେବ କୁସୁମଙ୍କ ପତ୍ନୀ ଫୁଲଡୁଲୀ କୁସୁମ ଓ ଚାରି ବୋହୂ ଗାଁ ପୋଖରୀରେ ଗାଧୋଇବାକୁ ନେଇ ଆରମ୍ଭ ହୋଇଥିଲା ସମସ୍ୟା।

ଦଳିତ ହୋଇ କିଭଳି ପୋଖରୀ ପାଣି ବ୍ୟବହାର କଲେ ତାକୁ ନେଇ ଗାଁ ଲୋକଙ୍କର ଆରମ୍ଭ ହୋଇଥିଲା ଜୁଲମ୍। ନିଆଁ ପାଣି ପବନ ସବୁରୁ ବାସନ୍ଦ ହେବାକୁ ପଡ଼ିଥିଲା। ଏ ନେଇ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏବେ ନିଜ ଭାଗ୍ୟକୁ ଆଦରି ଘରେ ପଡ଼ିରହିଛନ୍ତି ଏହି ଚାରି ପରିବାର।

ତେବେ ଏହି ଘଟଣା ନେଇ ଆମେ ଗାଁ ଲୋକଙ୍କ ପ୍ରତିକ୍ରିୟା ନେବାରୁ ଏହା ଧୀରେଧୀରେ ସମାଧାନ ହୋଇଯିବ ବୋଲି କହିଛନ୍ତି ଗ୍ରାମବାସୀ। ସେପଟେ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲାରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହଁ ବୋଲି କହିବା ସହ ନିଜେ ସେହି ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like