ଡକାୟତି ଯୋଜନା ପଣ୍ଡ; ୪ଜଣଙ୍କୁ ଗିରଫ କଲା ପୁଲିସ୍

କଟକ: କଟକରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ। ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଗିରଫମାନଙ୍କଠାରୁ  ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି, ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି।  ଦୁର୍ଦ୍ଦାନ୍ତ ଅପରାଧୀ ଅଖନାର ସହଯୋଗୀ ଭାବେ ଏମାନେ ଅପରାଧ କରିଥାନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଲୁଟ୍, ଦାଦାବଟି ଆଦାୟ ଭଳି ସଙ୍ଗିନ ମାମଲା ରହିଛି ।

୧୦୧୮ ଜୁନ ୩୦ ତାରିଖରେ  ଟିଟୋକୁ ଏନକାଉଣ୍ଟର କରିଥିଲା ଏସଟିଏଫ। ପରେ ଟିଟୋର ଅନେକ ସହଯୋଗୀଙ୍କୁ ଗିରଫ କରିଥିଲେ ବି ତାର ଦୁଇ ଭାଇ ଫେରାର୍‌ ଥିଲେ। ପରେ ଦାଦାବଟି ଓ ଟେଣ୍ଡର ଫିକ୍ସିଂ ପାଇଁ ୨୦୧୮ ଜୁଲାଇରେ ଠିକାଦାର ଶିବପ୍ରାସାଦ ପରିଡାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପରେ  ଟିଟୋର ସମ୍ପୃକ୍ତ ୨ ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଲକ୍‌ଡାଉନ୍‌ର ଫାଇଦା ନେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ। ମନ୍ଧୁର ମୁନରେ ଲୁଟ୍ ତ କରୁଛନ୍ତି, ତାସହ ଘର ଭିତରେ ପଶି କରୁଛନ୍ତି ମରଣାନ୍ତକ ଆକ୍ରମଣ। ନିକଟରେ ମହିଳା ଭିଜିଲାନ୍ସ ଅଧିକାରୀ ତନୁଜା ମହାନ୍ତିଙ୍କ ଘରେ ପଶି ବନ୍ଧୁକ ମୂନରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଅପରାଧୀ। ସେହିଭଳି ଗତକାଲି ପରେ ଆଇଆରସି ଭିଲେଜ୍‌ରେ ଏନ୍-4 କ୍ୱାର୍ଟରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ଦେଇଙ୍କ ଘରେ ପଶିଥିଲେ ଲୁଟେରା। ତୁଳସୀ ପିନ୍ଧିଥିବା ଅଳଙ୍କାରକୁ ଲୁଟିବା ପାଇଁ ତାଙ୍କ କାନ ଏବଂ ଅଙ୍ଗୁଳିକୁ ବି କାଟିଦେଇଥିଲେ। ସ୍ୱାମୀ ପାଖ ମାର୍କେଟକୁ ଯାଇଥିବାବେଳେ ଘରେ ଏକୁଟିଆ ଥିବାର ସୁଯୋଗ ପାଇ ଏଭଳି କାଣ୍ଡ ଭିଆଇଥିଲେ ଅପରାଧୀ।

 

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like