ନୟାଗଡ଼: ଗ୍ୟାସ୍ ଟାଙ୍କି ଫାଟି ୪ ଗୁରୁତର ଆହତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ବାହାଡ଼ାଝୋଲା ଗାଁର ବିଜୟ ଘଟୁଆ, ଘରେ ଥିବା ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଥିବା ଦେଖି ସଜାଡ଼ିବା ପାଇଁ ମେକାନିକ୍କୁ ଡାକିଥିଲେ। ମେକାନିକ୍ ଟାଙ୍କି ସଜାଡ଼ିବା ପରେ ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ ଚେକ୍ କରିବା ପାଇଁ ଦିଆସିଲ ଲଗାଇଥିଲେ। ତେବେ ଟାଙ୍କି ଲିକ୍ ଥିବାରୁ ହଠାତ୍ ଭୀଷଣ ଶବ୍ଦ ଶହ ନିଆଁ ବ୍ୟାପି ଯାଇଥିଲା।
ଘଟଣାସ୍ଥଳରେ ବିଜୟ ଘଟୁଆ, ତାଙ୍କ ଦୁଇ ପୁଅ ଓ ଗ୍ୟାସ୍ ମିସ୍ତ୍ରୀ ପୋଡ଼ି ଯାଇଛନ୍ତି। ସେମାନଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି।