କରୋନାରେ ପୁଣି ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ମୁଣ୍ଡ ନେଲା କରୋନା । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ପୁଣି ୩ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର  ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ଆଉ ଜଣେ ମୃତକ କଟକ ଜିଲ୍ଲାର  ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା।

ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ଦର୍ଶାଇଛନ୍ତି ସରକାର। ଏହି ଦୁଇ ଜଣଙ୍କ ମଧ୍ୟରୁ  ଜଣେ କଟକ ଜିଲ୍ଲାର ୮୦ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ମୟୂରଭଞ୍ଜ ଜିଲ୍ଲାର ଜଣେ ୪୫ ବର୍ଷୀୟ ପୁରୁଷ।

ଆହୁରି ପଢ଼ନ୍ତୁ

You might also like