• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଖଲିକୋଟ(ସିଲୁ ବିଶ୍ୱାଳ): ତିନି ମାସ ମଧ୍ୟରେ ଅନାଥ ହୋଇଗଲା ଏକ ବଡ଼ ଯୌଥ ପରିବାର। ମହାମାରୀ ବିପତ୍ତି ବେଳେ ମୁରବୀ ବିହିନ ହୋଇଯାଇଛି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର।  ଜଣ ଜଣ କରି ଚାରି ଭାଇ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି।  ଏବେ ସଂସାର ବୋଝକୁ କେମିତି ସହିବ ପୁରୁଷ ଶୂନ୍ୟ ପରିବାର ସେ ନେଇ ଚିନ୍ତା।

ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ତିନିଦିନ ପରେ କରୋନା ସଂକ୍ରମିତ ବସୁଦେବ ଆଖି ବୁଜିଥିଲେ। ବସୁଦେବଙ୍କ ବିୟୋଗର ମାତ୍ର ୨୪ଘଣ୍ଟା ନପୁରୁଣୁ ଆଖି ବୁଜିଦେଲେ ମଙ୍ଗରାଜ।

ବୋଝ ଉପରେ ନଳିତା ବିଡା ସଦୃଶ ଏହି ପରିବାରର ୪ ଭାଇଙ୍କ ମଧ୍ୟରୁ ଏକମାତ୍ର ଭାଇ ଧବଳେଶ୍ୱର ସାହୁ ଜୀବିତ ଥିବା ବେଳେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବ୍ରହ୍ମପୁର MKCG ରେ ସେ ଚିକିତ୍ସିତ ହେଉଥିଲେ। ତେବେ ଗତ ୩୦ ତାରିଖରେ ସେ ବି ମେଡିକାଲରେ ପ୍ରାଣ ହରାଇଛନ୍ତି।  କିନ୍ତୁ ତାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଏଭଳି ଦୁଃଖଦାୟକ ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କରୋନାର ଭୟାବହତା କେମିତି ତାହା ବାସ୍ତବିକ ଭାବେ ଅନୁଭବ କରିବା ସହ ଭାଙ୍ଗିପଡିଥିବା ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ଗ୍ରାମବାସୀ ଏବଂ ସରପଞ୍ଚ l

4-brother-of-one-family-dead-because-od-covid-19-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories