ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ଗିରଫ

ଗିରଫ ହେଲେ ୪ ଅଭିଯୁକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି । ତେବେ ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିଆସୁଛନ୍ତି । ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା । ଏଥିସହିତ ୨ ସିକ୍ୟୁରିଟି  ଗାର୍ଡ ମଧ୍ୟ ଗିରଫ ହୋଇଛନ୍ତି ।

ଏତଲାରେ ଥିବା ଅଭିଯୁକ୍ତ ପୋଲିସ କର୍ମଚାରୀ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ଜଣାପଡ଼ି ନାହିଁ । ତେବେ ପୂର୍ବରୁ ନାବାଳିକାଙ୍କ ମାଆ ଏହି ଘଟଣାରେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସଯୋଗୀ ସଂପୃକ୍ତ ଥିବା FIRରେ ଦର୍ଶାଇଥିଲେ । ଏହି ଘଟଣାର ତଦନ୍ତକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆସନ୍ତା ୧୬ ତାରିଖ ସୁଦ୍ଧା କଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ କହିଥିଲେ ।

ପରୀ, ପିହୁ ଓ ସ୍ୱାତୀ ଘଟଣାରୁ ନଜର ହଟାଇବାକୁ ରାତିଅଧିଆ ଏପରି ଗିରଫଦାରୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

You might also like