ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ ଗିରଫ

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସମସ୍ତଙ୍କ ବିରୋଧରେ ପୋକ୍ସ ଆକ୍ଟ ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକାକି ଥିବା ଦେଖି କିଛି ଯୁବକ ସେମାନଙ୍କୁ ଘେରି ଥିଲେ। ସେମାନଙ୍କୁ ମାର୍‌ପିଟ୍‌ କରିବା ସହ ଜୋର ଜବରଦସ୍ତ ଉଭୟଙ୍କ ଅଶ୍ଲୀଳ ଭିଡିଓ ରେକଡିଂ କରିଥିଲେ। ସେମାନଙ୍କଠୁ ମୋବାଇଲ ଓ ଟଙ୍କା ମଧ୍ୟ ଲୁଟି ନେଇଥିଲେ।  ଏମିତିକି ଛାଡିଦେବା ପାଇଁ ଉଭୟ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁ କାକୁତି ମିନତି କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଉଭୟଙ୍କ ଅଶ୍ଲୀଳ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ କରିଥିଲେ।

ଏନେଇ ପୁଲିସ ଜାଣିବା ପରେ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି।

You might also like