ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ୭୨ ଘଣ୍ଟା ସଟ୍ଡାଉନ୍
ଭୁବନେଶ୍ୱର: ଖୋର୍ଦ୍ଧାର କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଛି। ଏପରିକି ଗତକାଲି ପଜିଟିଭ ସଂଖ୍ୟାରେ ଗଂଜାମଠୁ ଟପିଥିଲା ଖୋର୍ଦ୍ଧା। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର NAC ସମ୍ପୂର୍ଣ୍ଣ ସଟଡାଉନ୍ କରାଯାଇଛି।
ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ସମସ୍ତ ଦୋକାନ, ବଜାର ବନ୍ଦ ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ସର୍ବାଧିକ ୧,୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୩ରହିଛି।
ସୋମବାର ରାଜ୍ୟରେ ସର୍ବାଧିକ ରୋଗୀ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ତା ପଛରେ ରହିଛି ଖୋର୍ଦ୍ଧା। ଗଞ୍ଜାମରୁ ୨୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୨୧୮।