ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡିଲା

ପୁରୀ: ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡିଲା। ସସପେଣ୍ଡ ହେଲେ ୪ ଏଏନଏମ। ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ ଡ୍ୟୁଟି ପାଇଁ ଏମାନେ ସମସ୍ତେ ଦାୟିତ୍ୱ ପାଇଥିଲେ। ଯେଉଁମାନେ ମନ୍ଦିରକୁ ଯିବା ଲାଗି ଅନୁମତି ପାଇଥିଲେ ସେମାନଙ୍କର ଥର୍ମାଲ ଚେକିଂ କରୁଥିଲେ କିନ୍ତୁ ପ୍ରବେଶ ଅନୁମତି ନଥିବା ସତ୍ୱେ ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଖବର ଜଣାପଡିବା ପରେ ସମସ୍ତ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ସିଡିଏମଓ।

କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା ମନ୍ଦିର। ମନ୍ଦିର ଖୋଲିବା ପରେ ପର୍ଯ୍ୟାୟକ୍ରମେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।

ଧାଡ଼ିରେ ସିଂହଦ୍ୱାର, ବାଇଶିପାହାଚ ଓ ସାତପାହାଚ ଦେଇ ଗର୍ଭଗୃହରେ କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଏସଓପିରେ ଶ୍ରୀକ୍ଷେତ୍ର ବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା।

ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା।  ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍‌ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ ବି କରାଯାଇଥିଲା।

ସୂଚନାଥାଉ କି, କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ୯ ମାସ ପାଇଁ ବନ୍ଦଥିଲା। ଚାରି ଦିନ ତଳେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ପାଇଥିଲେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଥିଲା ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରିଥିଲେ। ନିୟମ ଅନୁସାରେ ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେପଟେ ୯ ମାସର ପ୍ରତୀକ୍ଷାର ଅନ୍ତ। ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ କରାଯାଇଛି ବ୍ୟାରିକେଡ୍। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ।

You might also like