• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଯାଜପୁର: କାଳିପାଣିଆ ଗଣଦୁଷ୍କର୍ମ ଘଟଣାର ଚାରି ଖଳନାୟକ ପୋଲିସ୍ ପଞ୍ଝାରେ। ଅନ୍ଧାର ଓ ଜଙ୍ଗଲିଆ ରାସ୍ତାର ସୁଯୋଗ ନେଇ ଏଇମାନେ ନାରକୀୟ କାଣ୍ଡ ଘଟାଇଥିଲେ। ରବିବାର ରାତି ପ୍ରାୟ ୯ଟା। କାଳିଆପାଣି ଥାନା କଲରଙ୍ଗଅତା ଏଇ ରାସ୍ତାରେ ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ କଳିଙ୍ଗନଗର ଅଞ୍ଚଳର ନାବାଳିକା ଆଦିବାସୀ ଛାତ୍ରୀ। କଲରଙ୍ଗଅତା ଛକରୁ ସେମାନଙ୍କୁ ଅନୁସରଣ କରିଥିଲେ ୪ ଜଣ ଯୁବକ। ନିଛାଟିଆ ରାସ୍ତାର ସୁଯୋଗ ନେଇ ପାଲଟିଯାଇଥିଲେ ପିଶାଚ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଛାତ୍ରୀଙ୍କ ପ୍ରତି କରିଥିଲେ ପାଶବିକ ଅତ୍ୟାଚାର।

କୁହାଯାଉଛି ଦୁଷ୍କର୍ମର ଶିକାର ଛାତ୍ରୀ ଜଣକ ଅସହାୟ ଅବସ୍ଥାରେ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରକୁ ଯାଇ ଘଟଣା ବର୍ଣ୍ଣନା ପରେ କାଳିଆପାଣି ପୋଲିସକୁ ଖବର ଦେଇଥିଲେ। ସଂପୃକ୍ତ ହୋମଗାର୍ଡ ତା ପରେ ଛାତ୍ରୀଙ୍କୁ ଉଦ୍ଧାର ସହ ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ। ତେବେ ଅଭିଯୁକ୍ତଙ୍କ ମଧ୍ୟରେ OISFର ଜଣେ କର୍ମଚାରୀ ଥିବା ଚର୍ଚ୍ଚା ପରେ ଘଟଣା ଭିନ୍ନ ମୋଡ଼ ନେଇଛି।

୪ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନେ ହିଁ ଗଣଦୁଷ୍କର୍ମ କରିବାର ଅଭିଯୋଗ ରହିଛି। ସେମାନେ ସମ୍ପୃକ୍ତ ଥିବା ନେଇ ଆମେ ତଦନ୍ତରେ ଜାଣିବାକୁ ପାଇବା ପରେ ଆମେ ଗିରଫ କରିଛୁ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଅନ୍ୟ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି।  
-ରାହୁଲ ପି.ଆର୍, ଏସ୍‌ପି, ଯାଜପୁର

ତେବେ ଏ ଦୁଷ୍କର୍ମ ଘଟଣା ପଛରେ ଲଭ୍ ଥିଓରୀ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଭୂମିକାକୁ ନେଇ ବି ସନ୍ଦେହ ପ୍ରକାଶ କରିଛନ୍ତି ଛାତ୍ରୀଙ୍କ ସମ୍ପର୍କୀୟ ତେଣୁ ପୋଲିସ ସେ ଦିଗରେ ବି ତଦନ୍ତ ଆଗକୁ ବଢ଼ାଇଛି।

https://www.youtube.com/watch?v=645KfjNBBUQ

ଏପଟେ ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାରେ ଯାଜପୁର କାଳିଆପାଣି ଘଟଣା ଆଉ ଏକ କଳା ଫର୍ଦ୍ଦ ଯୋଡ଼ିବା ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ନିଶାନା କରିଛନ୍ତି। ବିଜେପି କହିଛି ମହିଳା ଦିବସ ଅବସରରେ ୨୨ ବର୍ଷର ମୁଖ୍ୟମନ୍ତ୍ରୀଙ୍କର ଏହା ମହିଳାଙ୍କୁ ଉପହାର। ସେପଟେ ମହିଳାଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ନିଜ ଦଳର ନେତା-ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ବୋଲି କଂଗ୍ରେସ କହିଛି। ବିରୋଧୀଙ୍କ ଅଭିଯୋଗର ବିଜେଡି ଜବାବ ରଖି କହିଛି ଯେ ମହିଳାମାନଙ୍କ ବିକାଶ ପ୍ରତି ନଜର ନଦେଇ ତ୍ରୁଟି ବିଚ୍ୟୁତି ଦେଖାଇ ଦେବାକୁ ଚାହିଁଲେ ଆମେ ନାଚାର। ପ୍ରତି ଅଘଟଣକୁ ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ରିପୋର୍ଟ: ଅଭୟ ପତି, ହରିହର ଚାନ୍ଦ ଓ ଜଗଦୀଶ ଦାସ
4-accused-arrested-kaliapani-gangrape
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories