• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ସ୍ଥାନରେ ଇଭିଏମ୍ ଅଚଳ ଓ ଆଉ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନମ୍ବର ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନମ୍ବର ମତଦାନ କେନ୍ଦ୍ରର ଇଭିଏମ୍‌ରେ ମଧ୍ୟ ତ୍ରୁଟି ହୋଇଛି। ସେହିପରି କେନ୍ଦୁଝର ମ୍ୟୁନିସିପାଲିଟିର ୨୨୧, ୨୪୩, ୨୫୫ ମତଦାନ କେନ୍ଦ୍ରର ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି। କୁଚିଣ୍ଡା କତରାପାଲି ୧୨୨ ନମ୍ବର ମତଦାନ କେନ୍ଦ୍ରର ଇଭିଏମ୍‌ରେ ତ୍ରୁଟି ହୋଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ ନମ୍ବର ବୁଥ୍‌ର ଇଭିଏମ୍‌ ଅଚଳ ହୋଇଥିବା ସୂଚନା ଆସିଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ନିକୋ ପାର୍କ ଆଶ୍ରମ ସ୍କୁଲ ୩୨ନଂ ବୁଥ୍ ଇଭିଏମ୍‌ ଅଚଳ ହୋଇଥିବା ଜଣାପଡ଼ିଛି। ବାଙ୍କୀ ନିର୍ବାଚନମଣ୍ଡଳୀର ୯୬, ୧୦୯ ନମ୍ବର ବୁଥ୍ ଇଭିଏମ୍ ଅଚଳ ହୋଇଛି। ବ୍ରହ୍ମଗିରି ବାଲିପାଟପୁର ୫ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। କଟକ ରାଜାବଗିଚା ୧୭୯ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ହିନ୍ଦୋଳର ୨୩୨, ମ୍ୟୁନିସିପାଲିଟିର ୧୯୩, ୧୯୪ ବୁଥ୍‌ର ଇଭିଏମ୍ ଅଚଳ ହୋଇଛି। ତେଣୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଜଣାପଡ଼ିଛି।

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୨ ନମ୍ବର ବୁଥ୍‌ରେ ଭୋଟିଂ ବିଳମ୍ବିତ ହୋଇଛି। ସେହିପରି ତାଳବସ୍ତ ୧୬୨ନଂ ବୁଥ୍‌ରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ପୁରୀ ଗଦାଧର ସ୍କୁଲ୍ ୧୪୬ ନଂ ବୁଥ୍‌ରେ ବିଳମ୍ବରେ ମତଦାନ ହୋଇଛି। ବାଦାମବାଡ଼ି ନ୍ୟୁ କଲୋନୀ ୧୬୯ ନମ୍ବର ବୁଥରେ ମତଦାନ ବିଳମ୍ବ ହୋଇଛି। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ୧୪୫, ୧୦୧, ୧୩୫, ୧୩୮ ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି।

3rd-phase-election-in-odisha-voting-reportedly-delayed-in-various-booths-due-to-technical-glitches-of-evm-machine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories