• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ତୃତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ବନ୍ଦ ରହିଛି। ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି।

ତେବେ ଲୋକଙ୍କ ଲାଗି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯୟନ୍ତ କଟକଣା କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ପନିପରିବା ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଇ ପାରିବେ। କେବଳ ସହରାଞ୍ଚଳ ନୁହେଁ ସାରା ରାଜ୍ୟରେ ଏହି କଟକଣା କଡାକଡି ଭାବେ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଯାଞ୍ଚ ଚାଲିଛି।

ସେପଟେ, ରାଜ୍ୟରେ ୫ରୁ ୬ ଦିନ ପରେ ସଂକ୍ରମଣ କମିବ। କରୋନା ସଂକ୍ରମଣ ହାର ନେଇ ଏହି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। କରୋନା ସ୍ଥିତି ଓ ଲକଡାଉନ ହେବା ପରେ ଧିରେ ଧିରେ ସଂକ୍ରମଣ କମିବ। ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି ତେଣୁ ୩ କି ୪ ଦିନ ଏଭଳି ସ୍ଥିତି ରହିବ। ୫,୬ ଦିନ ପରେ କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ। ଏହାସହ ଲକଡାଉନ ନିହାତି କାମ ଦେବ ଏବଂ ଲୋକେ ନିୟମ ମାନିବା ଦରକାର ଆତଙ୍କିତ ହେବା ଦରକାର ନାହିଁ ବୋଲି ସେ କହିଛନ୍ତି। ଘରେ ରହିଲେ ସଂକ୍ରମିତ ସଂଖ୍ୟା କମିବ। ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ମୃତ୍ୟୁହାର କମ୍ ରହୁଛି। ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତ୍ୟୁହାର ମଧ୍ୟ କମିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଆଉ ଏପଟେ, ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହେବା ସହ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ୍। ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୮ ଶହ ୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୯୧୬, କଳାହାଣ୍ଡି-୫୮୦, ସମ୍ବଲପୁର-୫୪୪, ଅନୁଗୁଳ-୪୮୦, ବରଗଡ଼-୪୭୫ ଓ ବାଲେଶ୍ୱରରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍-୩୫୭, ଭଦ୍ରକ-୩୮୧, ପୁରୀ-୩୬୯, ଯାଜପୁର-୩୧୮, ଗଂଜାମ-୩୧୨ ଓ ଝାରସୁଗୁଡ଼ାରୁ ୩୦୬ ପଜିଟିଭ୍ ବାହାରିଛନ୍ତି।

3rd-day-of-lockdown-in-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories