ରାଜ୍ୟରେ ଖୋଲିଲା ତୃତୀୟ କୋଭିଡ୍ ହସ୍ପିଟାଲ

ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ୨ କୋଭିଡ୍‌ ହସ୍ପିଟାଲ ଖୋଲାଯାଇ ଥିବାବେଳେ ଆଉ ଏକ ହସ୍ପିଟାଲରେ ରାଉଲକେଲାରେ ଖୋଲାଯାଇଛି। ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌।

୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚରେ ଲୋକମାନେ ଏହାର ସୁବିଧା ପାଇବେ ବୋଲି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି।

କୋଭିଡ୍‌-୧୯ ହସ୍ପିଟାଲ୍‌ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଓ ହାଇଟେକ୍‌ ଗ୍ରୁପ୍‌ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କୁ ଇନଚାର୍ଜ କୋଭିଡ ହସ୍ପିଟାଲ ରାଉରକେଲାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

You might also like