ସାବିତ୍ରୀ ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲା ରାମପୁରରେ ସାବିତ୍ରୀ ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲା ଥିବା ଜଣାପଡ଼ିଛି।

ଗତକାଲି ଗାଁରେ ଆୟୋଜିତ ସାବିତ୍ରୀ ପୂଜାର ଭୋଗ ଖାଇ କିଛି ଲୋକ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ।  ସେମାନଙ୍କୁ ବାନ୍ତି ହେବା ସହ ଝାଡ଼ା ମଧ୍ୟ ହୋଇଥିଲା। ସମସ୍ତ ଅସୁସ୍ଥଙ୍କୁ ଆଗରପଡ଼ା ମେଡିକାଲ୍ ଓ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେବି ୩୦ରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

You might also like