ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ଭାବେ ୟୁଟ୍ୟୁବ୍‌ରେ ଓଟିଭିର ୩ ମିଲିଅନ୍ ସବସ୍କ୍ରାଇବର୍ସ

ଭୁବନେଶ୍ୱର: କେବଳ ଟିଭି ଚ୍ୟାନେଲ୍‌ ଭାବରେ ନୁହେଁ, ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଓଟିଭି ନମ୍ବର ଓ୍ୱାନ୍। ବିଶ୍ୱର ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଭାବରେ, ୟୁଟ୍ୟୁବ୍‌ରେ ଏହା ୩ ମିଲିଅନ୍ ସବସ୍କ୍ରାଇବର୍ସ ହାସଲ କରିଛି। ଏହି ମାନଦଣ୍ଡ ହାସଲ କରିବାରେ ଓଟିଭି ହେଉଛି ରାଜ୍ୟର ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌।

ଏବେ ଡିଜିଟାଲର ସମୟ। ଅଧିକାଂଶ ଯୁବପିଢ଼ି ମୋବାଇଲ୍ ମାଧ୍ୟମରେ ଖବର ଅପଡେଟ୍ ଜାଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ଏବେ ସୋସିଆଲ୍ ମିଡିଆ ମୁହାଁ ସମସ୍ତେ। କିନ୍ତୁ ସୋସିଆଲ୍ ମିଡିଆରେ ଏତେମାତ୍ରାରେ ଭୁଲ୍ ଖବର ଆସୁଛି ଯେ, ତାକୁ ଭରସା କରିବା ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ଦର୍ଶକଙ୍କର ସବୁଠାରୁ ଅଧିକ ଭରସାଯୋଗ୍ୟ ହୋଇପାରିଛି ନମ୍ବର ଓ୍ୱାନ୍ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ଓଟିଭି।

ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଏବେ ଏହା ପାଲଟିଛି ଦର୍ଶକଙ୍କ ସବୁଠାରୁ ଅଧିକ ଭରସାଯୋଗ୍ୟ ଖବର ସଂସ୍ଥା। ସୋସିଆଲ୍ ମିଡିଆରେ ଆପଣମାନେ ଓଟିଭିର ଟିକିନିକି ଖବର ପାଇବାକୁ ଏହାର ଫେସବୁକ୍ ପେଜ୍, ୟୁଟ୍ୟୁବ୍‌ ଚ୍ୟାନେଲ୍ ଏବଂ ଟ୍ୱିଟର ହ୍ୟାଣ୍ଡଲକୁ ଅଧିକମାତ୍ରାରେ ଫଲୋ ଓ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ।

You might also like