ଭୁବନେଶ୍ୱରରେ ୩୮୬ ପଜିଟିଭ ଚିହ୍ନଟ, ୨୦୩ ଲୋକାଲ କେସ୍
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୩୮୬ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୦୩ ରହିଛି। ସେହିପରି ୨୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।
କେଉଁ ଅଞ୍ଚଳରୁ କେତେ :-
ଗଙ୍ଗନଗର ଏସୟୁଏଚ୍ରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଆଇଡି ମାର୍କେଟର ଏକ ସରକାରୀ ଅଫିସରୁ ୧୫ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରୁ ୧୨, ସପ୍ତମ ବାଟାଲିଅନରୁ ୧୦ ଲୋକାଲ ଓ ୧୧ କ୍ୱାରେଣ୍ଟିନ କେସ୍ ଚିହ୍ନଟ ହୋଇଛନ୍ତି। ଆଇଆରସି ଭିଲେଜରୁ ୮, କନକଦୁର୍ଗା ମନ୍ଦିର ପାଖରୁ ୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 27th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/AsTSuDx6xp— BMC (@bmcbbsr) August 27, 2020
ସେହିପରି ବିଶେଶ୍ୱରୀ ବସ୍ତିରୁ ୫, ଭିଏସଏସ୍ ନଗରରୁ ୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଶହୀଦ ନଗରରୁ ୫, ୟୁନିଟ-୯ ଓ ୟୁନିଟ-୩ରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।