ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ଟି କ୍ୱାରେଣ୍ଟିନ୍‌, ୧୨ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

ତେବେ ଆଜି ଭୁବନେଶ୍ୱରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୧୪ଜଣ ସୁସ୍ଥ ହୋଇଥିବାବେଳେ ୩୧୭ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କ ମୃତ୍ୟୁ ଘଟିଛି।

You might also like