କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

କଟକ: ଆଜି କଟକରୁ ପୁଣି ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ ଓ ଆଟେଣ୍ଡାଣ୍ଟ ମିଶି ୩୭ ଜଣ ରହିଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ କ୍ୟାନସର ହସ୍ପିଟାଲରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ସେହିଭଳି କଟକ SCBର ଆଇସୋଲେସନ୍ ୱାର୍ଡରୁ ମଧ୍ୟ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ସେହିଭଳି ଗଞ୍ଜାମରେ କରୋନା ଆକ୍ରାନ୍ତ ବଢୁଥିବାରୁ ଜିଲ୍ଲାରେ ପୋଲିସ୍ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ୪ ଜଣ ଯୁବ DYSP ଓ ୪ ପ୍ଲାଟୁନ୍ ଫୋର୍ସଙ୍କ ଗଞ୍ଜାମ ପଠାଯାଇଛି।

ସେହିପରି ଆଜି ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୫୫ କ୍ୱାରେଣ୍ଟିନରୁ, ୧୪୦ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି।

ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ସେହିଭଳି ମାସକ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩ ବଢ଼ି ଗଲାଣି।

ସେହିଭଳି ଆଜି ରାଜ୍ୟରେ ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୯, ଗଜପତି ୨୬, ଝାରସୁଗୁଡ଼ା ୧୫, ବଲାଙ୍ଗିରରୁ ୧୨ ସୁସ୍ଥ ହୋଇଛନ୍ତି।

You might also like