୩୮ ମଦୁଆ ଡ୍ରାଇଭର ଗିରଫ

ଭୁବନେଶ୍ୱର :  ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ରାଜ୍ୟରେ ଯାନବାହନର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ନିଶାଖୋର ଡ୍ରାଇଭରଙ୍କୁ ଧରିବାକୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍ ଗେଟ୍‌ରେ ଚେକିଂ ଆରମ୍ଭ ହୋଇଛି।

ପ୍ରଥମ ଦିନରେ ବିଭିନ୍ନ ଟୋଲଗେଟରୁ ୩୮ଜଣ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି। ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି।  ସୁନ୍ଦରଗଡ଼ରୁ ୧୧ଜଣ ଡ୍ରାଇଭର ଗିରଫ ହୋଇଥିବାବେଳେ ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରରେ ୩, ବରଗଡ଼ରେ ୩, କଟକରେ ୪, ଗଂଜାମରେ ୩, ଖୋର୍ଦ୍ଧାରେ ୩ ଏବଂ ବାଲେଶ୍ୱରରେ ୩ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଗତକାଲି ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ ଓ  ସଡ଼କ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଚେକିଂ କରାଯାଇଥିଲା।

ଆହୁରି ପଢ଼ନ୍ତୁ

You might also like