ଭୁବନେଶ୍ୱର ସ୍ଥିତି ସଙ୍ଗୀନ, ୨୪ ଘଂଟାରେ ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,  କ୍ୱାରେଣ୍ଟିନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ ବା ସ୍ଥାନୀୟ ଅଂଚଳରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ନୟାପଲ୍ଲୀରୁ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପଟିଆରୁ୧୪, ଖଣ୍ଡଗିରିରୁ ୧୧, ନିଳାଦ୍ରୀ ବିହାରରୁ ୧୦ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୪,୫୭୯ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩୨,୫୧୪ ରହିଛି। ସେହିପରି ମୃତ୍ୟୁସଂଖ୍ୟା- ୨୫୦ ରହିବା ସହ ସକ୍ରିୟ ମାମଲାର ସଂଖ୍ୟା ୧୭୯୪ ରହିଛି।

ତେବେ ରାଜ୍ୟରେ ଆଜି ୨୯୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୧୨୫୬। ଆଜି ରାଜ୍ୟରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ସବୁଦିନ ପରି ଆଜି ବି ସୁନ୍ଦରଗଡ଼ ତାଲିକାର ଉପରେ ରହିଛି। ଗତକାଲି ଏହି ଜିଲ୍ଲାରୁ ୪୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୬୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ଗତକାଲି ୩୪୮ ଜଣ ସଂକ୍ରମିତ ବାହାରିଥିବାବେଳେ ଆଜି ବାହାରିଛନ୍ତି ୪୩୮। ଅନ୍ୟପକ୍ଷେ ମାଲକାନଗିରିରୁ ସବୁଠାରୁ କମ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରୁ ଦିନକରେ ବାହାରିଛନ୍ତି ମାତ୍ର ୨ ଜଣ ସଂକ୍ରମିତ।

ସେହିପରି ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩,  ବୌଦ୍ଧ୧୦, କଟକରୁ ୨୦୮, ଦେବଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତି ୧୫, ଗଞ୍ଜାମରୁ ୬୩, ଜଗତ୍‌ସିଂହପୁରରୁ ୨୪, ଜାଜପୁରରୁ ୫୧, ଝାରସୁଗୁଡାରୁ ୮୪, କନ୍ଧମାଳରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି।

ତେବେ କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେଷ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

You might also like