• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

କୃପାଜଳ ଇଞ୍ଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା Temporary Medical Camps(TMC)ରେ ଏମାନଙ୍କୁ ରଖାଯାଇଛି। ସମସ୍ତ ସଦସ୍ୟଙ୍କ କୋଭିଡ୍-୧୯ ଟେଷ୍ଟ କରାଯିବ।

ବାତ୍ୟା ‘ଅମ୍ପନ୍‌’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ ସଦସ୍ୟ ନିୟୋଜିତ ହୋଇଥିଲେ।  ଗତ ୨୪ ତାରିଖରେ ଏହି ଟିମ୍‌ ପଶ୍ଚିମବଙ୍ଗର କୋଲକାତା ଯାଇଥିବାବେଳେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ସେହିପରି ପଶ୍ଚିମବଙ୍ଗରେ ‘ଅମ୍ପନ୍‌’ କ୍ଷୟକ୍ଷତି ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ODRAF ଟିମ୍‌ର ସଦସ୍ୟ ମଧ୍ୟ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ।  ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌, ODRAF ଏବଂ ଅଗ୍ନିଶମ ବିଭାଗର ଟିମ୍‌ର ସଦସ୍ୟ କୋଭିଡ୍ ଗାଇଡଲାଇନ୍ ମୁତାବକ ସମସ୍ତ ନିୟମ ପାଳନ କରିବେ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। 

372-fire-personnel-in-14-days-quarantine-after-returned-from-west-bengal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories