ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର ଅଛନ୍ତି।
ପୋଲିସଙ୍କ ମଧ୍ୟରେ ଜଣେ ଡିଏସପି ଓ ଜଣେ ଇନସ୍ପେକ୍ଟର ଅଛନ୍ତି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ରାଜ୍ୟ ବାହାରରୁ ଆସିଥିବା ଜଣାପଡ଼ିଛି। ତେବେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏହି ଜିଲ୍ଲାରେ ସମୁଦାୟ ୪୨ ପୋଲିସ୍ ଆକ୍ରାନ୍ତ ହେଲେଣି। କେବଳ ପୋଲିସ୍ ନୁହଁନ୍ତି, ଆଗରୁ ଟିଏମ୍ସି କର୍ମଚାରୀ, ମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।