ବିଜେଡିର ୩୬ ଜଣ ନେତାଙ୍କୁ ସାଧାରଣ ସଂପାଦକ ସହ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ SC ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି।

ସେହିପରି ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ସୁଧିର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ମୋ  ପରିବାର , ଜଗନ୍ନାଥ ସାରକା, ଯୋଗେଶ ସିଂହ ଓ ବାସନ୍ତି ହେମ୍ବ୍ରମଙ୍କୁ ଜନଜାତି ସଶକ୍ତୀକରଣ ଦାୟିତ୍ୱ ମିଳିଛି।

You might also like