କଟକରୁ ଆଉ ୩୫ କରୋନା ପଜିଟିଭ ଚିହ୍ନଟ

କଟକ: କଟକରୁ ଆଉ ୩୫ ପଜିଟିଭ ଚିହ୍ନଟ। କଟକ ସହରରୁ ଆଜି ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ସରକାରୀ, ୨୬ ହୋମ୍ କ୍ୱାରେଣ୍ଟିନ ଓ ୩ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍‌ସି।

କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-

ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନ ଓ୍ୱାର୍ଡରୁ ୩ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। କାଳୀଗଳିରୁ ୩, ବାଲୁବଜାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଲୋକାଲ୍ କେସ୍-

  • ଓଲ୍‌ଡ ରାଉସାପାଟଣାରେ ଜଣେ ୨୫ ବର୍ଷୀୟା ମହିଳା
  • ସିଖରପୁରରେ ଜଣେ ୬୦ ବର୍ଷୀୟ ପୁରୁଷ
  • ଚାନ୍ଦିନୀ ଚୌକରୁ ଜଣେ ୬୦ ବର୍ଷୀୟ ମହିଳା

ଏହାକୁ ମିଶାଇ କଟକ ସହରରୁ ୬୧୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୮ ଜଣଙ୍କ ମୃତ୍ୟୁ ହୋଇଛି। ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫିରିଥିବା ବେଳେ ୩୩୩ ସକ୍ରିୟ କେସ୍ ରହିଛି।

You might also like