ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୪୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ରେ ପହଞ୍ଚିଛି।

You might also like