ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)।
କେଉଁ ଅଞ୍ଚଳରୁ କେତେ:-
ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 28th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zxZZHlCiVe— BMC (@bmcbbsr) September 28, 2020
ସେହିପରି ଲକ୍ଷ୍ମୀସାଗରରୁ ୧୪, ନୟାପଲ୍ଲୀରୁ ୯, ଶୈଳଶ୍ରୀ ବିହାରରୁ ୮ ଚିହ୍ନଟ, ଆଇଆରସି ଭିଲେଜରୁ ୮ ଓ ପାତ୍ରପଡ଼ାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।