ସୁସ୍ଥ ହୋଇ ଫେରିଲେ ୩୪ କରୋନା ଯୋଦ୍ଧା
ସୁନ୍ଦରଗଡ଼: ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲ୍ରୁ ୩୪ ଜଣ କରୋନା ଯୋଦ୍ଧା ପୋଲିସ୍ କର୍ମୀଙ୍କୁ ଡିସ୍ଚାର୍ଜ କରାଯାଇଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବା ସମୟରେ ହସ୍ପିଟାଲ୍ର ଷ୍ଟାଫ୍ମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ। ଏହି ସମୟରେ ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ, ବିଡିଓ ଏବଂ ସୁନ୍ଦରଗଡ଼ ଡିପିଏଚ୍ଓ ଉପସ୍ଥିତ ଥିଲେ।
34 COVID warriors from police fraternity have recovered and discharged from COVID Hospital, NTPC, Sundargarh, and they were encouraged and felicitated by the hospital staff in presence of sub collector and BDO Sundargarh, DPHO Sundargarh.@CMO_Odisha @SecyChief @HFWOdisha pic.twitter.com/5r1AJgZc1O
— District Sundargarh (@DMSundargarh) July 19, 2020
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୫ରେ ପହଞ୍ଚିଛି। ସେଥିମଧ୍ୟରୁ ୬୭୬ଜଣ ସୁସ୍ଥ ହୋଇଥିବାବେଳେ ୧୧୫ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଆଉ ୨ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି। ତେବେ ଏମାନଙ୍କର ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି।