ଲୋକଙ୍କୁ ପାଣି ଯୋଗାଇବାକୁ ଲଗିଛି ୩୩୯ଟି ଟ୍ୟାଙ୍କର

ଭୁବନେଶ୍ୱର:  ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରାଯାଇଛି । ଜଳ ଯୋଗାଣ କାର୍ଯ୍ୟରେ୨୧୪ଟି ଜେନେରେଟର ନିୟୋଜିତ କରାଯାଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ୩୩୯ଟି ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସ୍ ଟ୍ୟାଙ୍କ ନିୟୋଜିତ କରାଯାଇଛି । କଟକ, ଖୋର୍ଦ୍ଧା, ଜଟଣୀରେ ୫୦ରୁ ୯୦ ପ୍ରତିଶତ ଜଳଯୋଗାଣ କାମ ସରିଛି । ଆସନ୍ତାକାଲି ଏହି ସମସ୍ତ ସହରରେ ଶତ ପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହେବ।  ପୁରୀ, ଭୁବେନଶ୍ୱର, କୋଣାର୍କ, ନିମାପଡ଼ାରେ ଶତ ପ୍ରତିଶତ ଜଳ ଯୋଗାଣ କାମ ସରିଛି।

You might also like