ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କରୋନା

ଗଞ୍ଜାମ: ଗଞ୍ଜାମରେ ପ୍ରତିଦିନି ବିଗୁଡ଼ୁଛି କରୋନା ପରିସ୍ଥିତି। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ହୋଇଛି।

ଗଞ୍ଜାମରୁ ୫୬, ୫୫, ୩୯ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୮୫ ଜଣଙ୍କ ମୃତ୍ୟୁ ହେଲାଣି। ଆଜି ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରୁ ୯ ହଜାର ୫୦୧ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଛି।

ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି

You might also like