ପୁଣି ଡଙ୍ଗାରେ ଫେରିଲେ ୩୩ ଶ୍ରମିକ

ବ୍ରହ୍ମପୁର: ବାହାର ରାଜ୍ୟରୁ ସମୁଦ୍ର ପଥରେ ଶ୍ରମିକଙ୍କ ଫେରିବା ଜାରି ରହିଛି। ଗତକାଲି ରାତିରେ ପୁଣି ୩୩ ଜଣ ଶ୍ରମିକ ଏକ ଡଙ୍ଗା ସାହାଯ୍ୟ ରେଚେନ୍ନାଇରୁ ଓଡ଼ିଶାକୁ ଫେରିଛନ୍ତି।

ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରବେଳାରେ ଆସି ପହଞ୍ଚିଛନ୍ତି ସମସ୍ତ ଶ୍ରମିକ। ୨ ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ଡଙ୍ଗାରେ ଆସିଥିବା ୩୩ଜଣଙ୍କ ମଧ୍ୟରୁ ଗଂଜାମ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧, ମାର୍କଣ୍ଡି ଗାଁର ୫, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ, ପୁରୀ ଜିଲ୍ଲାର ଜଣେ ଏବଂ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି।

ସମସ୍ତ ଶ୍ରମିକଙ୍କୁ ସାନ ଆର୍ଯ୍ୟପଲ୍ଲୀ ଗାଁରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଶ୍ରମିକମାନେ ଚେନ୍ନାଇର ଏକ ମାଛଧରା କମ୍ପାନୀରେ କାମ କରୁଥିଲେ। କରୋନା ପରିସ୍ଥିତିରୁ କମ୍ପାନୀ ବନ୍ଦ ହୋଇଯିବାରୁ ସମସ୍ତେ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

You might also like