ରାଜ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ ହେବ ୩୨୮ ମେଡିସିନ୍

୭ଦିନ ଭିତରେ ୩୨୮ FDCର ବିକ୍ରି ବନ୍ଦ ପାଇଁ ପଦକ୍ଷେପ

ଭୁବନେଶ୍ୱର : ସାତ ଦିନ ଭିତରେ ସମଗ୍ର ରାଜ୍ୟରେ ବନ୍ଦ ହେବ ନିଷିଦ୍ଧ ଘୋଷଣା କରାଯାଇଥିବା ୩୨୮ ଫିକ୍ସଡ ଡୋଜ୍ କମ୍ବିନେସନ ଡ୍ରଗ୍ । ୭ ଦିନ ସମୟ ଭିତରେ ଯେମିତି ଏହି ସମସ୍ତ ଔଷଧର ବିକ୍ରି ସଂପୂର୍ଣ୍ଣ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଡ୍ରଗ୍ସ ଇନ୍‌ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର । ନିର୍ଦ୍ଦେଶର କେତେ ଅନୁପାଳନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି।

ଏଥିସହିତ ଏହି ସବୁ ନିଷିଦ୍ଧ ଔଷଧ ଷ୍ଟକିଷ୍ଟମାନଙ୍କ ପାଖରେ କେତେ ପରିମାଣର ଥିଲା, ଏବେ ବ୍ୟାନ୍ ପରେ ଅବଶିଷ୍ଟ ଷ୍ଟକ୍ ପ୍ରତ୍ୟାହାର ହୋଇଥିବା ନେଇ ମଧ୍ୟ ଅଣ୍ଡରଟେକିଂ ନେବାକୁ ନିର୍ଦ୍ଦେଶ ରହିଛି। ଏକାଧିକ ଡ୍ରଗ୍‌କୁ ମିଶାଇ ପ୍ରସ୍ତୁତ ହେଉଥିବା ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ବା ଏଫ୍‌ଡିସି ଔଷଧ ବ୍ୟବହାର ବିପଜ୍ଜନକ ଦର୍ଶାଇ ଏହାର ଉତ୍ପାଦନ, ଯୋଗାଣ ଓ ବିକ୍ରି ତତ୍‌କ୍ଷଣାତ୍‌ ବନ୍ଦ ଲାଗି DTAB ରିପୋର୍ଟ ଅାଧାରରେ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।

ୟୁରୋପୀୟ ଦେଶଗୁଡିକରେ ଏକକ ଡ୍ରଗ୍ ବ୍ୟବହାର ହୋଇଥାଏା ଶରୀର ଉପରେ ଏହାର କୁପ୍ରଭାବ ଅପେକ୍ଷାକୃତ କମ୍ ରହେ , ତେବେ ବିଭିନ୍ନ ଡ୍ରଗ୍‌କୁ ମିଶାଇ ପ୍ରସ୍ତୁତ ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଏବେ ରୋଗ ଉପରେ ଭଲ କାମ କରିନଥାଏ ।

ସେହିପରି ଏହି ଡ୍ରଗର ଏକ୍ସପାଇରୀ ମଧ୍ୟ କମିଯାଏ ବୋଲି ବିଶେଷଜ୍ଞ କହିଛନ୍ତି । ବିଶେଷକରି ପେନ୍ କିଲର ଓ ଅାଣ୍ଟି ବାୟୋଟିକ୍‌ରେ ଏଫ୍‌ଡିସିର ବହୁଳ ବ୍ୟବହାର ହୋଇଥାଏ ,ତେବେ ଏକକ ଡ୍ରଗ୍ ବ୍ୟବହାର ଦ୍ୱାରା ଅଧିକ ସୁଫଳ ମିଳିବ। ମାତ୍ର ଏହାର ଦାମ ଅଧିକ ହୋଇଥିବାରୁ ରୋଗୀଙ୍କୁ ବାଧିବ ବୋଲି କୁହାଯାଇଛି।

କେନ୍ଦ୍ର ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଦେଶରେ ଲକ୍ଷେ ୨୦ହଜାର କୋଟି ଟଙ୍କାର ଔଷଧ ବିକ୍ରି ହେଉଛି। ଏହାର ୫୦ ପ୍ରତିଶତ ହେଉଛି ଏଫ୍‌ଡିସି ଡ୍ରଗ୍।

You might also like