Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍ରୁ ଓ ୨୧୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି।
Bhubaneswar Corona News:
କେଉଁ ଅଞ୍ଚଳରୁ କେତେ?
CRPF କ୍ୟାମ୍ପସରୁ ୧୮, ଡୁମୁଡୁମାରୁ ୬, ଚନ୍ଦ୍ରଶେଖରପୁର BDA କଲୋନୀରୁ ୫, IRC ଭିଲେଜରୁ ୫, ଝାରପଡ଼ାରୁ ୭, ଖଣ୍ଡଗିରିରୁ ୬ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 20th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/pjYYVr1oYz— BMC (@bmcbbsr) September 20, 2020
ସେହିପରି ଅନ୍ୟ ଜିଲ୍ଲାରୁ ୮, ପଟିଆରୁ ୬, କେନ୍ଦ୍ରୀୟ ହସ୍ପିଟାଲରୁ ୫, CRPF କ୍ୟାମ୍ପସରେ କ୍ୱାରେଣ୍ଟିନରୁ ୨୦, ପାତ୍ରପଡ଼ାରେ ୭ ଚିହ୍ନଟ ହୋଇଛନ୍ତି।