ଭୁବନେଶ୍ୱରରୁ ଆଉ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୧ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୩, ଲୋକାଲ କଣ୍ଟାକ୍ଟରୁ ୧୫୧ ସଂକ୍ରମିତ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)।

କେଉଁ ଅଞ୍ଚଳରୁ କେତେ:-

ରାଜମହଲ ଛକ ଏମ୍ଏଲ୍ଏ କ୍ୱାର୍ଟର୍ସ ଅଞ୍ଚଳରୁ ୯ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ୮ ଟ୍ରାଫିକ୍ ଷ୍ଟାଫ୍ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ରେଳ ବିହାରରୁ ୬, ସ୍ୱାସ୍ଥ୍ୟ ବିଭାଗର ୬ କର୍ମଚାରୀ ସଂକ୍ରମିତ ହୋଇଛନ୍ତି।


ଶିଖରଚଣ୍ଡି ଅଞ୍ଚଳରୁ ୬, ନୟାପଲ୍ଲୀରୁ ୫, ପାତ୍ରପଡ଼ାରୁ ୫, ପଟିଆରୁ ୬, ସହିଦ ନଗରରୁ ୬ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଯାବତ୍ ଭୁବନେଶ୍ୱରରେ ୬୭୨୦ ଜଣ ସଂକ୍ରମିତ ହୋଇଛନ୍ତି। ୪୦୬୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୨୬୧୮ ଚିକିତ୍ସାଧୀନ ଅଛନ୍ତି।

You might also like