ଭୁବନେଶ୍ୱରରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଟି କ୍ୱାରେଣ୍ଟିନ୍, ୧୮ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ତେବେ ଆଜି ଭୁବନେଶ୍ୱରରେ ଆଉ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦୨ଜଣ ସୁସ୍ଥ ହୋଇଥିବାବେଳେ ୨୪୭ଜଣ ଚିକିତ୍ସାଧୀନ ଅଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।