କଟକରେ ୩୨ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକରେ ଆଜି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩୨ ପଜିଟିଭଙ୍କ ମଧ୍ୟରେ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ୫ ଜଣ ଥିବା ବେଳେ, ୨୧ ଜଣ ଥିଲେ ହୋମ୍ କ୍ୱାରେଣ୍ଟିନରେ। ସେହିଭଳି ଜଣେ ପେଡ୍ କ୍ୱାରେଣ୍ଟିନରେ ଥିଲେ ଏବଂ ବାକି ୫ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି।

ଆଜି ୩୨ ପଜିଟିଭଙ୍କୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି।  ୨୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୬୫ ରହିଛି। ସେହିଭଳି ୮ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଭୁବନେଶ୍ୱରରୁ ମଧ୍ୟ ଆଜି ୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୫ ଲୋକାଲ କଣ୍ଟାକ୍ଟ ବୋଲି ବିଏମସି ପକ୍ଷରୁ କୁହଯାଇଛି।

ସେହିଭଳି ରାଜ୍ୟରେ ୨୩ ଜିଲ୍ଲାରୁ ମୋଟ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫରିଥିବା ଜଣାଯାଇଛି।

You might also like