ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

ଭବାନୀପାଟଣା: ଭବାନୀପାଟଣାରେ ଏକ ଘରୋଇ କଲେଜ(ପ୍ରଗତି କଲେଜ)ରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ୩୨ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ଟେଷ୍ଟରେ ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲର ଅନ୍ତେବାସୀ। ଗୋଟିଏ କଲେଜରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିଥିବାରୁ ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା କଳାହାଣ୍ଡି ଜିଲ୍ଲାପାଳ ଜାରି କରିଛନ୍ତି। କଲେଜ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି। କଲେଜ ଭିତରେ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ।

ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ସଂକ୍ରମିତଙ୍କ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ପୁଣି ଜଣଙ୍କର ମୁଣ୍ଡ ନେଇଛି କରୋନା। ମୃତକ ଜଣକ କଳାହାଣ୍ଡିର ବୋଲି ଜଣାପଡିଛି। ଏହାସହ ମୃତ୍ୟୁସଂଖ୍ୟା ୧୯୨୧କୁ ବୃଦ୍ଧି ହୋଇଛି।

 

You might also like