ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୭ ରହିଛି। ସେହିପରି ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୫୩ ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି।

କେଉଁ ଅଞ୍ଚଳରୁ କେତେ:-

ନୟାପଲ୍ଲୀରୁ ୧୬, ପଟିଆ ଶିଶୁ ବିହାରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ସାଲିଆସାହିରୁ ୧୧ ଓ ଖଣ୍ଡଗିରିରୁ ୧୦, ୟୁନିଟ୍-୮, ଲକ୍ଷ୍ନୀସାଗର, ସହିଦ ନଗର ଓ ଡୁମୁଡୁମାରୁ ୮ ଲେଖାଏଁ, ନୀଳାଦ୍ରି ବିହାର ଓ ୟୁନିଟ୍-୯ରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି IRC ଭିଲେଜ୍ ଓ ରସୁଲଗଡ଼ରୁ ୭ ଲେଖାଏଁ, ବମିଖାଲ, ଝାରପଡ଼ା ଓ ଚିନ୍ତାମଣିଶ୍ୱରରୁ ୭ ଆକ୍ରାନ୍ତ, ୟୁନିଟ୍-୬, ସାମନ୍ତରାପୁର ଓ ପୋଖରୀପୁଟରୁ ୬ ଲେଖାଏଁ, ବଡ଼ଗଡ଼ ଓ ବରମୁଣ୍ଡାରୁ ୫ ଲେଖାଏଁ, ଜୟଦେବ ବିହାରରୁ ୪ ଚିହ୍ନଟ ହୋଇଛନ୍ତି।

You might also like