ଦିନକରେ ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରେଣ୍ଟିନରୁ ୧୭୨, ଲୋକାଲ କଣ୍ଟାକ୍ଟ କେସ୍ ୧୪୭ ରହିଛି। ଭୁବନେଶ୍ୱରରେ ଆଜି  ଆଉ ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ)।

ମଞ୍ଚେଶ୍ୱର ଅଞ୍ଚଳରୁ ୧୬ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ବୁଦ୍ଧ ନଗର ଗୋପବନ୍ଧୁ କଲୋନିରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୬ ଅଞ୍ଚଳରୁ ୯, ବରମୁଣ୍ଡାରୁ ୬, ଡୁମୁଡୁମାରୁ ୬, ଭୋଇ ନଗରରୁ ୬, ବୁଦ୍ଧେଶ୍ୱରୀ କଲୋନିରୁ ୫, ପଟିଆ ଶ୍ରୀ ବିହାରରୁ ୫, ମଞ୍ଚେଶ୍ୱରରୁ ୫, ଭିଏସ୍ଏସ୍ ନଗରରୁ ୫, ବଡ଼ଗଡ଼ ବ୍ରିଟ କଲୋନିରୁ ୪ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୪୭୮ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଚିହ୍ନଟ ନୂଆ ୨,୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୯୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୦୬ ରହିଛି।

You might also like