ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୫ ରହିଛି। ଭୁବନେଶ୍ୱର ମହାନଗର ଅଞ୍ଚଳରୁ ସୁସ୍ଥ ହେଲେ ଆଉ ୩୧୨। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ଭ।

କେଉଁ ଅଞ୍ଚଳରୁ କେତେ:-

ୟୁନିଟ୍- ୯ରୁ ୧୭, ଶୈଳଶ୍ରୀ ବିହାର ଓ ୟୁନିଟ୍- ୮ରୁ ୧୨ ଲେଖାଏଁ, ସହିଦ ନଗରରୁ ୧୧, ବରମୁଣ୍ଡା ଓ ନୟାପଲ୍ଲୀରୁ ୯, ପଟିଆ ଓ ୟୁନିଟ୍-୨ରୁ ୮ ଲେଖାଏଁ, ଝାରପଡ଼ା ଓ IRC ଭିଲେଜରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚକେଇସିଆଣିରୁ ୫, ମଞ୍ଚେଶ୍ୱରରୁ ୬, ରସୁଲଗଡ଼, ୟୁନିଟ୍-୩ ଏବଂ ଓଲ୍ଡ ଷ୍ଟେସନ୍ ବଜାରରୁ ୪ ଲେଖାଏଁ, ଜୟଦେବ ବିହାର, ଜାଗମରା, ଗ୍ୟାରେଜ୍ ଛକ ଓ ଫରେଷ୍ଟ ପାର୍କ ଏରିଆରୁ ୪ ଲେଖାଏଁ,
ସତ୍ୟନଗର, ବମିଖାଲ ଓ ବାପୁଜୀନଗରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।

You might also like