ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୧ ଲୋକାଲ କେସ୍
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି।
କେଉଁ ଅଞ୍ଚଳରୁ କେତେ:-
ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 23rd Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/O7Dn7O8YAu— BMC (@bmcbbsr) August 23, 2020
ରିଜର୍ଭ ପୋଲିସରୁ ୯ ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟ ଅଗ୍ନିଶମ ବାହିନୀର ୪ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଯାବତ୍ ଭୁବନେଶ୍ୱରରେ ୭୩୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୪୩୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ଏବେବି ୨୯୦୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।