• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bag
ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳୁନଥିଲା, ଏବେ ମିଳିଯାଇଛି ରୋଜଗାରର ପନ୍ଥା

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳିବା ମୁସ୍କିଲ ହୋଇପଡୁଥିଲା। କିନ୍ତୁ ଏବେ ସମୟ ସହ ତାଳ ଦେଇ ନିଜ ଅଞ୍ଚଳରେ ରୋଜଗାରର ପନ୍ଥା ଖୋଜିଛନ୍ତି ଲୋକେ। ବଜାରରୁ ସିମେଣ୍ଟ ଓ ଚିଙ୍ଗୁଡ଼ି ପାଇଁ ଆସୁଥିବା ଖାଦ୍ୟ ବସ୍ତା ସଂଗ୍ରହ କରି ବ୍ୟାଗ୍ ତିଆରି କରୁଛନ୍ତି। ଏହି କାମରେ କୋଟାପୁଟ ଜିଲ୍ଲା ବଙ୍ଗଳାଗୁଡ଼ା ଗାଁର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ବି ନିୟୋଜିତ ହୋଇଛନ୍ତି। […]

  • Saturday, 17 July 2021
hotel
ମଦ କାରବାରକୁ ବିରୋଧ କରି ତାତିଲେ ମହିଳା

ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି। ଖଇରା ଥାନା କୋଚିଆକୋଇଲି ଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ […]

  • Saturday, 17 July 2021
ojee
ଜଳଖିଆ ଦୋକାନରୁ OJEE ଟପ୍ପର

କେନ୍ଦୁଝର : ଜଳଖିଆ ଦୋକାନରୁ OJEE ଟପ୍ପର। ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବପର। ଏହି କଥାକୁ ଆଜି ପ୍ରମାଣିତ କରିଛନ୍ତି କେନ୍ଦୁଝର ଘଟଗାଁ ବ୍ଲକ୍‌ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା। ବାପା ଗୁରୁ ଚରଣ ବେହେରାଙ୍କ ବରା ଦୋକାନରେ ସାହାଯ୍ୟ କରନ୍ତି ଭବାନୀ। ତେବେ ଦିନରେ ଦୋକାନରେ କାମ ଓ ରାତିରେ ପାଠ ପଢ଼ି ଆଜି ସେ ବିଏସ୍‌ସି ଲାଟେରାଲ୍ ଏଣ୍ଟ୍ରିରେ ଟପ୍ପର ହୋଇଛନ୍ତି। ତାଙ୍କ ପାଠ ପଢ଼ିବାରେ ଅର୍ଥ ବାଧକ ସାଜିଛି। […]

  • Saturday, 17 July 2021
rain
୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୧୩ଟି ଜିଲ୍ଲାରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ। ଅନ୍ୟପକ୍ଷରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏହା […]

  • Saturday, 17 July 2021
anubhaba
ଅନୁଭବଙ୍କ ଗିରଫ ଦାବିରେ ବିକ୍ଷୋଭ ; କୁଶପୁତ୍ତଳିକା ଦାହ ସହ ନାରା ଦେଲେ ବିଜେପି କର୍ମୀ

କଟକ : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପିର ବିକ୍ଷୋଭ। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ ଅନୁଭବଙ୍କ ବିରୋଧରେ ନାରା ଦେବା ସହ ଗିରଫ ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ବିଜେପି କର୍ମୀ ଗତକାଲି ଜଣେ ମହିଳା ସାମ୍ବାଦିକା ଅନୁଭବ, ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଭାଇ ଅନୁପ୍ରାସଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। […]

  • Saturday, 17 July 2021
Student Commits Suicide
ରେଜଲ୍ଟ ବାହାରିବା ପୂର୍ବରୁ ଜୀବନ ହାରିଲେ

ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ରାଜେଶ ପଣ୍ଡା।  ସେ ପୂର୍ବରୁ ୨ଥର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ଏବଂ ଏଥର ମଧ୍ୟ […]

wine
୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା। ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଉକ୍ତ ବେଲେରୋକୁ ପିଛା କରିଥିଲା। ପୁଲିସ ଆସୁଥିବା ଦେଖି ବୋଲେରୋ ଡ୍ରାଇଭର ଗୋଠଦା ନିକଟରେ […]

  • Saturday, 17 July 2021
hangiing
ଇଂଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର କଟକର ନିଆଳି ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାସ୍ ଆଉଟ୍  ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।

  • Saturday, 17 July 2021
puri temple
ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ

ପୁରୀ : ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଘୋଷ ଯାତ୍ରାର ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅର୍ଥାତ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବାୟତ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରିବେ। ମହାପ୍ରଭୁଙ୍କ ଗୁପ୍ତ ସେବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ମନ୍ଦିର ପ୍ରବେଶ କରିଛନ୍ତି। 

  • Saturday, 17 July 2021
woman fire
ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସରନଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସରନଇ ପାଖ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ ବଗିଚାରୁ ଏହି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହର ଉପରି ଭାଗ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଚିହ୍ନଟ କରାଯାଇ ପାରୁନି। ଦୁର୍ବୃତ୍ତମାନେ ଟାୟାର ଜାଳି ସଂପୂର୍ଣ୍ଣ ଶରୀରକୁ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ଚୁଡ଼ି ପଡ଼ିଥିବାରୁ ମୃତକ ଜଣେ ମହିଳା ବୋଲି ଅନୁମାନ  କରାଯାଉଛି। ତେବେ ପୁଲିସ ଘଟଣାର ତଦନ୍ତ କରୁଛି।

  • Saturday, 17 July 2021
news born baby
ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା (ମାଣିକଲାଲ୍ ପାଣି) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ୍‌ର ନାହାଶୋଳ ଜଙ୍ଗଲରେ ଥିବା ଜାହିରା ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ସେଠାରେ ଛାଡ଼ି ଚାଲି ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଏହାପରେ ଗାଁ ଲୋକେ ଅଙ୍ଗନବାଡ଼ି ଏବଂ ଆଶା ଦିଦିଙ୍କୁ ଡକାଇ ଶିଶୁଟିର ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଶିଶୁଟିକୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି। ଶିଶୁଟିର […]

  • Saturday, 17 July 2021
rain
ଧୂଳିଝଡ଼ ଓ ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ ଓ ହାଲ୍‌କା ବର୍ଷା ବି ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି, ସେଗୁଡ଼ିକ ହେଉଛି- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର। ସୂଚନାଯୋଗ୍ୟ, […]

  • Saturday, 17 July 2021
bear
ଭାଲୁ ଆକ୍ରମଣରେ ୨ ଭାଇ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି

ଅନୁଗୁଳ  : ଭାଲୁ କାମୁଡ଼ାରେ ଦୁଇ ଭାଇ ଗୁରୁତର। ତାଙ୍କୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଭାଇ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ ସରୁଆଳି ପଞ୍ଚାୟତର ରଙ୍ଗାଲି ଗାଁର ଭୁବନ ନାୟକ ଓ ଦର ନାୟକ। ଦୁଇ ଭାଇ ସକାଳୁ ଶୌଚ ପାଇଁ ଯାଇଥିବାବଳେ ରାସ୍ତାରେ ଭାଲୁ ଆକ୍ରମଣର ଶୀକାର ହୋଇଥିଲେ। ପ୍ରଥମେ ଦରଙ୍କୁ ଭାଲୁ ଆକ୍ରମଣ କରିଥିଲା। ତଙ୍କୁ ରକ୍ଷା କରିବାକୁ ଯାଇ ଭୁବନ ଆକ୍ରମଣର ଶୀକାର ହୋଇଥିଲେ। […]

  • Saturday, 17 July 2021
suicide
ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଦୁଇ ବଢ଼ିଲା ଝିଅ

ଆସ୍କା (ମନୋଜ ମୁନି) : ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଦୁଇ ବଢ଼ିଲା ଝିଅ। ଦୁଇ ଝିଅଙ୍କୁ ଦଲାଲକୁ ବିକିଦେବା ଜିଦରେ ବାପା ଅଟଳ ରହିବାରୁ ଶେଷରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଦୁଇ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁରେ। ମୃତ ଦୁଇ ଭଉଣୀ ହେଲେ ଦୀପା ଓ ଜିତା ଭୂୟାଁ। ଅଭିଯୋଗ ହୋଇଛି, ଯେ ବାପା ପଦ୍ମନାଭ ଭୂୟାଁ ଏମାନଙ୍କୁ […]

  • Saturday, 17 July 2021
elephant
ହରିଡ଼ାପାଣି ଗାଁର ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଆଠଗଡ଼ ( ନୀଳକଣ୍ଠ ଦୋରା) : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ତିଗିରିଆ ରେଞ୍ଜ ହରିଡ଼ାପାଣି ଗାଁରେ ହାତୀ ଆକ୍ରମଣ। ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହଲେ କାଳିଆ ବେହେରା। ମିଳିଥିବା ସୂଚନା ମୁତାବକ, ବଡ଼ି ଭୋରରୁ କାଳିଆ ଶୌଚ ପାଇଁ ଯାଇଥିଲେ। ସେତିକି ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଜଙ୍ଗଲି ହାତୀ କାଳିଆଙ୍କୁ କଚାଡ଼ି ହତ୍ୟା କରିଥିବା କୁହାଯାଉଛି। ଜଙ୍ଗଲ ବିଭାଗ ଅଧିକାରୀ  ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

  • Saturday, 17 July 2021
representational image
ଥମୁନି ଲଜ୍ଜା: ପୁଣି ୨ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ସାନମସିଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ତା’ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଏନେଇ ନାବାଳିକା ପୀଡିତା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସାନମସି ଗାଁର ଜଣେ ନାବାଳିକା ଶୌଚ ହେବାକୁ ଯାଉଥିବା ବେଳେ […]

dead
ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌ ,ଗୋଟିଏ ପରିବାରର ୩ ମୃତ

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଅଘଟଣ।  ରାତିରେ ଗୋଟିଏ ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ଜଣେ ସଦସ୍ୟ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଲୋକେ ରାସ୍ତା ରୋକ୍‌ କରିଛନ୍ତି।

  • Saturday, 17 July 2021
Museum of Tribal Art and Artefact, Bhubaneshwar
ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଦେଖନ୍ତୁ ମ୍ୟୁଜିୟମ୍‌ର ଫଟୋ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍‌ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍‌ ଗୁଡିକର ଗୁରୁତ୍ୱ ରହିଛି।  ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ। ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଆଦିବାସୀ ନୃତ୍ୟ, ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଆକ୍ରୋପୋଲିସ୍‌ ମ୍ୟୁଜିୟମ୍‌, ଗ୍ରୀସ୍ ନ୍ୟାସନାଲ୍‌ ମ୍ୟୁଜିୟମ୍‌, […]

farmer
କୃଷକଙ୍କ ପାଇଁ ଦୁଇଟି ନୂଆ ଯୋଜନା

ଭୁବନେଶ୍ୱର: ରାଜ୍ୟରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ  ଦୁଇଟି ନୂଆ ଯୋଜନା ଆରମ୍ଭ ହୋଇଛି। ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ନାମକ ଏହି ଦୁଇ ନୂଆ ଯୋଜନାକୁ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହରଥୀ। ଅଭିନବ କୃଷି ଯନ୍ତ୍ରପାତି ଯୋଜନା ଅନୁସାରେ ଯେଉଁ ଚାଷୀମାନେ ନିଜସ୍ୱ ଜ୍ଞାନ କୌଶଳରେ ଅଭିନବ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିବେ, ସେମାନଙ୍କୁ ପୁରସ୍କୃତ କରାଯିବ। ରାଜ୍ୟସ୍ତରରେ ୧୧ଜଣ ଓ ଜିଲ୍ଲା ସ୍ତରରେ ୯୦ଜଣଙ୍କୁ ଏହି […]

  • Saturday, 17 July 2021
mbbs exam
MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ

ଭୁବନେଶ୍ୱର: MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅତ୍ୟାଧୁନିକ ଡାକ୍ତରୀ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଦକ୍ଷ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରୁ ଏହି ନିଷ୍ପତ୍ତି ଲାଗୁ ହେବ। ଖୁବ୍‌ଶୀଘ୍ର ଏନେଇ ଏମ୍‌ସିଆଇ (ମେଡିକାଲ୍ କାଉନ୍‌ସିଲ ଅଫ୍ ଇଣ୍ଡିଆ) ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ। ପ୍ରଥମ ବର୍ଷରୁ ପ୍ରାକ୍ଟିକାଲ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ […]

  • Saturday, 17 July 2021
naveen
ଇସ୍ପାତ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଆଯିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ […]

  • Saturday, 17 July 2021
Cyclone meeting
ଆଗୁଆ ବାତ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର: ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା EARTH MOVING EQUIPMENTS ଯଥା-ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ।  ଏହାର ତାଲିକା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ରହିବ। ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠକରୁ […]

  • Saturday, 17 July 2021
RAPE UP
‍‍‍‍‍‍‍ବଢି ଚାଲିଛି ଦୁଷ୍କର୍ମ ଘଟଣା: ବାଦ ପଡୁନାହାନ୍ତି ନାବାଳିକା, ମାନସିକ ଅନଗ୍ରସର

ବାଲେଶ୍ୱର/ସାଲେପୁର/ପୁରୀ: ପୁଣି ତିନି ତିନିଟି ଦୁଷ୍କର୍ମ ଅଭିଯୋଗ I ନାବାଳିକା, ମାନସିକ ଅନଗ୍ରସର କେହି ବି କାମାନ୍ଧ ଲମ୍ପଟଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡ଼ୁନାହାନ୍ତି I ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ I ଗତକାଲି ଘରେ କେହି ନଥିବା ବେଳେ ମନ୍ମଥ ଜେନା ନାମକ ଜଣେ ୫୬ ବର୍ଷର ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ହୋଇଛି I ନାବାଳିକାଙ୍କ ମା ଘରେ ପହଂଚିବା ପରେ ଅଭିଯୁକ୍ତ ମନ୍ମଥ ଘଟଣା […]

  • Saturday, 17 July 2021
f
ବୀରେନ୍ଦ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ଓ ବିଶିଷ୍ଟ ଅନୁବାଦକ ତଥା ସାହିତ୍ୟ ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ। ବାଲ ସାହିତ୍ୟ ପୁରସ୍କାର ପାଇଁ ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ ୫ ବର୍ଷ […]

  • Saturday, 17 July 2021
minor rape
ନାବାଳିକାକୁ ଅସଦାଚରଣ ଅଭିଯୋଗ: ଯୁବକକୁ ନିସ୍ତୁକ ପିଟିଲେ ଗାଁ ଲୋକେ

ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ। ଅଭିଯୋଗ ଅନୁସାରେ ଗତ ସୋମବାର ବେହେରା ସାହିର ଜଣେ ନାବାଳିକା ଗାଧୋଇବା ବେଳେ ଯୁବକ ଜଣକ ତାଙ୍କୁ ଟଣାଓଟରା କରିଥିଲେ। ହେଲେ ସଙ୍ଗରେ ଥିବା ଯୁବତୀମାନେ ପାଟି କରିବାରୁ ସେଠାରୁ ଯୁବକ ଜଣକ ପଳାଇ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ଯୁବକ ପୁଣି ଥରେ ଗାଁ ଦାଣ୍ଡରେ ପହଞ୍ଚି ନାବାଳିକାକୁ […]

  • Saturday, 17 July 2021