୨୪ ଘଂଟାରେ ଭୁବନେଶ୍ୱରରୁ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଭୁବନେଶ୍ୱରରେ ୨୪ ଘଂଟାରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗରରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା  ରହିଛି ୬୬। ଆକ୍ରାନ୍ତଙ୍କ ସଂପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛି ବିଏମସି। ସୂଚନା ଅନୁସାରେ,  ଖଣ୍ଡଗିରିରୁ ୧୬, ଭିମେଶ୍ୱର ମାର୍ଗରୁ ୧୬, ସୁନ୍ଦରପଦାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଇଆରସି ଭିଲେଜରୁ ୧୨, ଓଲଡଟାଉନରୁ ୧୦, ଚନ୍ଦ୍ରଶେଖରପୁରରୁ ୯ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା। ଦିନକରେ ରାଜ୍ୟରେ ଦୈନିକ କରୋନା ପଜିଟିଭ୍‌ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି।

ଚିହ୍ନଟ ୩,୧୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୨୨, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୭୧, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୧୫, ନୂଆପଡ଼ାରୁ ୧୪୦, ପୁରୀରୁ ୧୧୪, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୫୨୩ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୮ ଚିହ୍ନଟ ହୋଇଛନ୍ତି।

ତେବେ ଗତକାଲି ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି କ୍ୱାରେଣ୍ଟିନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ ବା ସ୍ଥାନୀୟ ଅଂଚଳରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ନୟାପଲ୍ଲୀରୁ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପଟିଆରୁ୧୪, ଖଣ୍ଡଗିରିରୁ ୧୧, ନିଳାଦ୍ରୀ ବିହାରରୁ ୧୦ ଚିହ୍ନଟ ହୋଇଥିଲେ। କରୋନା ବଢୁଥିବାରୁ ଆସନ୍ତାକାଲିଠାରୁ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ।

You might also like