ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ସୁସ୍ଥ ହେଲେ ଆଉ ୩୧ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି।

ପ୍ରକାଶଥାଉକି, ଯାଜପୁରରେ ୬୪ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଆଗରୁ ୨ ଜଣ ସୁସ୍ଥ ହୋଇଥିବାବେଳେ ଆଜି ୩୧କୁ ମିଶାଇ ଜିଲ୍ଲାରେ କରୋନାରେ ଆରୋଗ୍ୟ ହେବା ୩୩ରେ ପହଞ୍ଚିଛି। ଏବେ ବି ୩୧ଟି ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜିର ଦିନ ଯାଜପୁର ପାଇଁ ଆଣିଦେଇଛି ଖୁସିର ଖବର। ରେଡ୍ ଜୋନ୍ ପାଲଟିଥିବା ଏହି ଜିଲ୍ଲାରେ ଏକାଥରକେ ୩୧ ଜଣ ସୁସ୍ଥ ହେବା ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରିଛି।

ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି।

You might also like