କାଲିଠୁ ଉପାସରେ ୩୦୦ ଛାତ୍ର

ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ।

କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ ପଢ଼ୁଥିବା ଜଣାପଡ଼ିଛି

You might also like