୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା। ଏହି ଯୋଜନାରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ୍ ଆଉ ରୋଗୀଙ୍କୁ ସେବା କରିବେନି । ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାରୀ ମେଡିକାଲ ସହ ପ୍ରାୟ ୩ଶହ ନର୍ସିଂହୋମ ଅନୁବନ୍ଧିତ ହୋଇଥିଲେ । ତେବେ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳିନି। ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ବକେୟା ରହିଛି। ଏନେଇ  ଗତ ବର୍ଷ ବହୁବାର ବୈଠକ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହୋଇଛି।  ହେଲେ କୌଣସି ସମାଧାନ ନହେବାରୁ ଏପରି ଚରମ ନିଷ୍ପତ୍ତି ନେଇଛି ସଂଘ।

ଫଳରେ ଏସବୁ ନର୍ସି ହୋମ୍‌ରେ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁବିଧା ମିଳିବନି ବୋଲି ରୋକଠୋକ୍ କହିଛନ୍ତି ପ୍ରାଇଭେଟ ମେଡିକାଲ ଫୋରମ ସଂପାଦକ ଇନ୍ଦ୍ରମଣି ଜେନା।

You might also like