୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍ ଆଜି କୁଖ୍ୟାତ ବ୍ରାଉନସୁଗର ଡିଲର ସନ୍ତୋଷ କୁମାର ପଣ୍ଡାକୁ ଗିରଫ କରିଛି। ତା’ ନିକଟରୁ ତିନି ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ଅଭିଯୁକ୍ତ ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗାରେ। ପୁଲିସ ତା’ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି।

ସୋନ୍ତୋଷ ନାଁରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି । ସେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳକୁ ସପ୍ଲାଏ କରୁଥିବା ପୋଲିସ ସୂଚନା ଦେଇଛି।

You might also like